ଅଯୋଦ୍ଧାରେ ହେବ ବିଶ୍ୱର ତୃତୀୟ ବୃହତ ମନ୍ଦିର

2002

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ମା ଆସନ୍ତା ୫ ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହେବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଜେପି ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବି ତାଙ୍କ ସହିତ ସେଠାକୁ ଯିବେ ବୋଲି କୁହାଯାଇଛି । ୫ ତାରିଖ ଦିନ ୧୧ଟାରୁ ପ୍ର ଅଢେ଼ଇ ଘଣ୍ଟା ଯାଏଁ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଭୂମିପୂଜା ସହିତ ସେଠାରେ ଆଉ କିଛି ବିଧିବିଧାନ ପାଳନ କରାଯିବ । ମନ୍ଦିର ନିର୍ମାଣ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ସେଠାରେ ଆସନ୍ତା ମାସ ୧ ରୁ ୫ ତାରିଖ ଯାଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସବୁ ଆୟୋଜନ କରିବାକୁ ସ୍ଥିର କରାଯାଇଛି ।

 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି କି ଅଯୋଧ୍ୟାରେ ଭଗବାନ ରାମଙ୍କ ପାଇଁ ଯେଉଁ ମନ୍ଦିର ନିର୍ମାଣ  କରାଯିବତାହା ବିଶ୍ୱର ତୃତୀୟ ବୃହତ ହିନ୍ଦୁ ମନ୍ଦିର ଭାବେ ବିବେଚିତ ହେବ । ପ୍ରାୟ ୧୨୦ ଏକର ପରିମିତ ଭୂମିରେ ନିର୍ମାଣ କରାଯିବାକୁ ଥିବା ଏହି ମନ୍ଦିରର ଲମ୍ବ ୨୮୦ ରୁ ୩୦୦ ଫୁଟଚଉଡା ୨୭୦ ରୁ ୨୮୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିବ । ମନ୍ଦିର ତିନି ମହଲା ବିଶିଷ୍ଟ ହେବ ଏବଂ ଏଥିରେ ୫ଟି ଗର୍ଭଗୃହ ରହିବ । ପ୍ରସ୍ତାବିତ ମନ୍ଦିରରେ ୩୧୮ଟି ଖମ୍ବ ନିର୍ମାଣ କରାଯିବ । ପ୍ରତି ଖମ୍ବର ଉଚ୍ଚତା ୧୪ ଫୁଟ ୬ ଇଞ୍ଚ ରହିବ । ପ୍ରତି ଖମ୍ବରେ ୧୦ଟି କଳାକୃତି ନିର୍ମାଣ କରାଯିବ । ମନ୍ଦିରର ଡିଜାଇନ ଚନ୍ଦ୍ରକାନ୍ତ ସୋମପୁରା ପ୍ରସ୍ତୁତ କରିଥିବା ବେଳେ ତାଙ୍କର ଦୁଇ ପୁଅ ଏଥିରେ ସହାୟତା କରୁଛନ୍ତି । ସେମାନେ ପ୍ରଥମରୁ ଯେଉଁ ଡିଜାଇନ ପ୍ରସ୍ତୁତ କରିଥିଲେପରେ ତାହାକୁ ସାମାନ୍ୟ ବଦଳାଯାଇଛି । ଏହି ମନ୍ଦିର ନିର୍ମାଣ କାର୍ମା ସାଢେ଼ ତିନି ବର୍ଷରେ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।