ରାଜୀବ କପୁରଙ୍କ ପରଲୋକ

51

‘ରାମ ତେରୀ ଗଙ୍ଗା ମୈଲୀ’ରୁ ମିଳିଥିଲା ପରିଚୟ
ନୂଆଦିଲ୍ଲୀ  : ବଲିଉଡ ଅଭିନେତା ଋଷୀ କପୁର ଓ ରଣଧୀର କପୁରଙ୍କ ଭାଇ ରାଜୀବ କପୁର(୫୮)ଙ୍କର ମଙ୍ଗଳବାର ଅପରାହ୍ଣରେ ପରଲୋକ ହୋଇଯାଇଛି । ତାଙ୍କର ମୃତୁ୍ୟ ହୃଦଘାତରେ ହୋଇଥିବା ଜଣାପଡିଛି । ସେ ‘ରାମ ତେରୀ ଗଙ୍ଗା ମୈଲୀ’ ପରି ସିନେମାରେ କାମକରି ଖ୍ୟାତି ଲାଭ କରିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ଘର ପାଖରେ ଥିବା ଇନଲାକ୍ସ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ମୃତୁ୍ୟ ହୋଇଯାଇଥିବା ଘୋଷଣା କରିଥିଲେ ।

ରାଜୀବ କପୁର ବଲିଉଡରେ ଅଭିନେତା, ପ୍ରଡ୍ୟୁସର ଓ ନିଦେ୍ର୍ଦଶକ ଭାବେ କାମକରି ସୁଖ୍ୟାତି ଅର୍ଜନ କରିଥିଲେ । ଶଶି କପୁର ଓ ଶମ୍ମି କପୁର ତାଙ୍କର ପିତାମହ ଥିଲେ । ରାଜୀବ କପୁର ୧୯୮୩ରେ ରିଲିଜ ହୋଇଥିବା ସିନେମା ‘ଏକ ଜାନ ହେଁ ହମ’ରେ ବଲିଉଡରେ ପ୍ରବେଶ କରିଥିଲେ । ୧୯୮୫ ରେ ରିଲିଜ ହୋଇଥିବା ‘ରାମ ତେରୀ ଗଙ୍ଗା ମୈଲୀ’ରେ ରାଜୀବ କପୁର ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ । ଆସମାନ, ଲଭ ବୟ, ଜବରଦସ୍ତ ଏବଂ ହମ ତୋ ଚଲେ ପରଦେଶ କରି ଲୋକପ୍ରିୟ ସିନେମାରେ ସେ ଅଭିନୟ କରିଥିଲେ । ରାଜୀବ କପୁରଙ୍କ ଦେହାନ୍ତରେ ବଲିଉଡରେ ଶୋକ ପ୍ରକାଶ ପାଇଛି ।