କୋଭିଡ଼ ଟୀକା ନେଇ କଥା ହେଲେ ନବୀନ

1320

ଭୁବନେଶ୍ୱର : କରୋନା ଟୀକା ନେଇ ବହୁ ଅନୁଷ୍ଠାନ ଗବେଷଣା ଜାରି ରଖିଛନ୍ତି । ଇତିମଧ୍ୟରେ ରାଜ୍ୟରେ ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୋଭିଡ଼ ଟୀକା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦାର ପୁନାୱାଲାଙ୍କ ସହ ଆଲୋଚନା କରିଛନ୍ତି  । ନଭେମ୍ବର ପ୍ରାରମ୍ଭରେ ଏହି ଟୀକା ଆସିପାରେ ବୋଲି ସେରମ ଇନଷ୍ଟିଚ୍ୟୁଟର ସିଇଓ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ  । ଭିଡ଼ିଓ କଲ ଯୋଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ  । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ ସେରମ ଇନଷ୍ଟିଚ୍ୟୁଟ କୋଭିଡ଼ ଟୀକା ପ୍ରସ୍ତୁତି ନେଇ ଗବେଷଣା କରୁଛନ୍ତି ।

 

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଟୀକାକୁ ଅନୁମୋଦନ ମିଳିଲେ ତାହା ଯେଭଳି ଓଡ଼ିଶାକୁ ମିଳିପାରିବ ସେନେଇ ଆଲୋଚନା କରିଥିଲେ   ପୁନାୱାଲାଙ୍କ ଏହି ଜନସେବା କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଓଡ଼ିଶା ସରକାର ନିୟମିତ ଭାବେ ସେରମ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗରେ ରହିବ । ଅପରପକ୍ଷରେ ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଥିଲେ ତାହାକୁ ପୁନାୱାଲା ପ୍ରଶଂସା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଟୀକା ସଫଳ ହୋଇଛି । ଅଗଷ୍ଟ ମଧ୍ୟଭାଗରେ ଭାରତରେ ଦ୍ୱିତୀୟ ଦଫା ପରୀକ୍ଷଣ ହେବ  । ଅକ୍ଟୋବର-ନଭେମ୍ବରରେ ଟୀକା ଭାରତରେ ଉପଲବ୍ଧ ହେବବୋଲି ପୁନାୱାଲା ପ୍ରକାଶ କରିଥିଲେ  । ଏହି ଭିଡ଼ିଓ କନଫେରେନ୍ସିଂ ଆଲୋଚନା କାଳରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀସିଏମଓର ମୁଖ୍ୟ ଉପଦେଷ୍ଟାସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ