ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ : ୧୦୨ କିଲୋଗ୍ରାମ ଗଞ୍ଜେଇ ସହ ଏକ ଧଳା ରଙ୍ଗ କାର ଜବତ

12

ଆସିକା  : ଆସିକା ବିଜୁ ଛକ ଠାରେ ଆଜି ଭୋର ୫ଟା ବେଳେ ଗଞ୍ଜାଇ ଚୋରା ଚାଲାଣ ବେଳେ ଆସିକା ପୋଲିସକୁ ଏକ ବଡ ସଫଳତା ମିଳିଥିବା ଜଣାଯାଇଛି । ବିଶ୍ୱ ମହାମାରୀ କରୋନା ବେଳେ ସହରରେ ଲକଡାଉନ ଓ ସଟଡାଉନ ବଳବତ ଥିବା ବେଳେ ଆସିକା ପୋଲିସ ସବଇନ୍ସପେକ୍ଟର ବିଶ୍ୱଜିତ ନାୟକ ଓ ତାଙ୍କ ଟିମ ବିଜୁ ଛକ ଠାରେ ରୋଡ ବ୍ଲକିଂ କାର୍ଯ୍ୟରେ ନିୟୋଜିତ ଥିଲେ । ସେତେବେଳେ ଭଞ୍ଜନଗର ପଟୁ ଧଳା ରଙ୍ଗର ସୁଜିକି କାର ଆସୁଥିବା ବେଳେ ନମ୍ବର ବିହୀନ ଏକ କଳା ରଙ୍ଗର ମୋଟର ସାଇକେଲ ଯୋଗେ ତିନି ଜଣ ବସି କାରଟିକୁ ରାସ୍ତା କଡାଇ ସୁରକ୍ଷା ଦେଉଥିଲା । ଏହାକୁ ଦେଖି ସବଇନ୍ସପେକ୍ଟର ବିଶ୍ୱଜିତ ନାୟକ ସନେ୍ଦହ ପ୍ରକାଶ କରି ଅଟକାଇବାକୁ ଚେଷ୍ଟା କରିଥିଲେ । ବାଇକ ଓ କାର ଦ୍ରୁତ ଗତିରେ କଇଁଫୁଲିଆ ଆଡକୁ ଚାଲିଯାଇଥିଲା । ଆସିକା ପୋଲିସ ତାଙ୍କ ପିଛା କରି କାରଟିକୁ ଅଟକାଇବାରେ ସଫଳ ହୋଇଥିବା ବେଳେ ବାଇକରେ ଥିବା ତିନି ଜଣ ଯୁବକ ଖସି ପଳାଇଥିଲେ । ସେଠାରେ କାର ଭିତରେ ଡ୍ରାଇଭର ସହିତ ତିନି ଜଣ ଆସାମିକୁ ପୋଲିସ ଗିରଫ କରିବାର ସଫଳତା ହାସଲ କରିଥିଲେ । ସେମାନଙ୍କ ନିକଟରୁ ୧୦୨.୮୭୦ ଗ୍ରାମ ଗଞ୍ଜାଇ ଏକ ଧଳା ରଙ୍ଗର ସୁଜିକି କାରକୁ ଜବତ କରିଥିଲା । ଆସାମି ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲା ଓଡଗାଁ ଥାନା ଲୁହୁଣ୍ଡି ଗ୍ରାମର ନିତ୍ୟାନନ୍ଦ ବେହେରା (ଡ୍ରାଇଭର),ଆସିକା ଥାନା ସୁନିଲ କୁମାର ନାହକ,ଜୟପୁର ଗ୍ରାମର ଗୋପାଳ ସୁଆଁସିଆ,ସୁନାମ୍ବ ସାହିର ସୁରଜ ପାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଆଡିସନାଲ ଏସ.ପି ବିଜୟ କୁମାର ମଲ୍ଲିକ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଆସିକା ଥାନା,ବଡଗଡ ଥାନା,ଖଲ୍ଲିକୋଟ ଥାନା, କୋଦଳା ଥାନା,ପୋଲସରା ଥାନା,କବିସୂର୍ଯ୍ୟନଗର ଥାନା,ପୁରୁଷୋତମପୁର ଥାନାରେ ବହୁ ଅପରାଧିକ ମାମଲା ରହିଥିବା ସୂଚନା ପ୍ରଦାନ କରିଛନ୍ତି । ବିଶେଷକରି ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟେଣ୍ଡର ଫିକ୍ସିଙ୍ଗରେ ସମ୍ପୃକ୍ତ ରହିଥିବା ଗଞ୍ଜାମ ଜିଲ୍ଲା ଆଡିସନାଲ ଏସପି ବିଜୟ କୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ । ଏହି ଘଟଣା ବିରୁଦ୍ଧରେ ଆସିକା ଥାନା କେସ ନମ୍ବର- ୩୫୦/୨୧, ଦଫା ୨୦ (ବି) (ଓଓ) (ସି)/୨୯ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣା କରାଯାଇଥିବା ଜଣାଯାଇଛି ।