ଗାନ୍ଧୀଙ୍କର ଓଡ଼ିଶାପ୍ରିତୀ

59
  • ଉମାଶଙ୍କର ପ୍ରସାଦ
    ପୂଣ୍ୟ ପୁରୁଷ ଉକôଳମଣି ଗୋପବନ୍ଧୁଙ୍କ ଠାରୁ ଓଡ଼ିଶାରେ ୧୯୧୯-୨୦ରେ ଦୁର୍ଭିକ୍ଷ ଦେଖାଦେଇଥିବା ବିଷୟରେ ମହାତ୍ମାଗାନ୍ଧୀ ଖବର ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କର ଜଣେ ପି୍ରୟ ଶିଷ୍ୟ ଅମୃତଲାଲ ଠକ୍କରଙ୍କୁ ସେ ତୁରନ୍ତ ଓଡ଼ିଶାକୁ ପଠାଇ ଥିଲେ । ସେହିଦିନଠାରୁ ଶେଷ ନିଶ୍ୱାଃସ ତ୍ୟାଗ କରିବା ପର୍ଯ୍ୟନ୍ତ ଓଡ଼ିଶା କଥା ମହାତ୍ମାଙ୍କ ମନରେ ସଦାବେଳେ ରହିଥିଲା । ୧୯୨୧ ମାର୍ଚ୍ଚ ମାସରେ ଅସହଯୋଗର ବାର୍ତା ପ୍ରଚାର କରିବାକୁ ଉକôଳଭୂମିରେ ପାଦ ଥାପିବା ପରେ ସେ ଏହି ରାଜ୍ୟର ଦୁଃଖ ଦୁର୍ଦ୍ଧଶା ସମସ୍ୟା ତଥା ଏହାର ଅଧିବାସୀଙ୍କୁ ଭଲଭାବରେ ଜାଣିବାର ସୁଯୋଗ ପାଇଲେ । ଥରେ ହଠାତ ତାଙ୍କ ମୁହଁରୁ ବାହାରି ପଡ଼ିଥିଲା “ଜାଗ୍ରତ ଓ ସୁପ୍ତ ଅବସ୍ଥାରେ ଓଡ଼ିଶା ମୋ ମନରେ ଚାପି ହୋଇ ରହିଛି । ସର୍ବନାଶୀ ଦାରିଦ୍ର୍ୟରୁ ମୁକ୍ତ ହୋଇ ସ୍ୱାଧିନତା ପଥରେ ନିଜକୁ ଚଳାଇବାର ଶକ୍ତି ତା’ର ଯେ ଅଛି, ଏହି ବିଶ୍ୱାସ ମୋର ରହିଛି ।” ଗାନ୍ଧିଜୀଙ୍କର ଓଡ଼ିଶାପ୍ରତି ଥିବା ଏହି ଦରଦକୁ ଉକôଳମଣି ତାଙ୍କ କବି ସୁଲଭ ଭାଷାରେ ଲେଖିଛନ୍ତି:-
    “ଦେଖିଣ ମହାତ୍ମା କାତର ଅନ୍ତରେ
    କହିଥିଲେ ମୋତେ ଦୁଃଖେ ଏକାନ୍ତରେ
    ଦେଖି ଏ ଦାରୁଣ ଦୃଶ୍ୟ ହୁଏ ମନ
    ଅନଶନେ ଆଜି ତେଜନ୍ତି ଜୀବନ
    ବଂଚିବାରୁ ବଳି ଦେଖି ଏ କଷଣ
    ଶତଗୁଣେ ଶ୍ରେୟ ମଣେ ମୁଁ ମରଣ
    ମାତ୍ର ମୋ ପରାଣେ ରହିଛି ଭରଷା
    ଅଚିରେ ଦେଶର ଘୁଂଚିବ ଏ ଦଶା” ।
    ଓଡିଶାର ସେବା କରିବାକୁ ନିଜର ଗୋଟିଏ ପବିତ୍ର କର୍ତବ୍ୟ ବୋଲି ଧରିନେବା ପରେ ସେ ଗୁଜୁରାଟରୁ ୪ ଜଣଙ୍କୁ ଓଡ଼ିଶା ପଠାଇଥିଲେ । ଓଡ଼ିଶାର ପାଣି, ମାଟି, ପବନ ସେମାନଙ୍କୁ ନିମିଷକ ମଧ୍ୟରେ ଆପଣାର କରିପକାଇଥିଲା । ସେମାନେ ଗେରୁଆ ବସ୍ତ୍ର ପିନ୍ଧି ହୋଇଯାଇଥିଲେ ସନ୍ୟାସୀ । ଶାନ୍ତି ଓ ସେବାର ଏହି ଦୂତମାନେ ଦୀନ, ଦରିଦ୍ର, ଦୁର୍ଭିକ୍ଷଙ୍କ ଭିତରେ ଈଶ୍ୱରସା ଉପଲବ୍ଧି କରୁଥିଲେ । ଅମୃତଲାଲ ଠକ୍କରଙ୍କ ସହ ନିଷ୍ଠାବାନ ଈଶ୍ୱର ଭକ୍ତ ଜୀବନ୍ ରାମ କଲ୍ୟାଣଜି, ଇଶ୍ୱରଲାଲ ବ୍ୟାସ ଓ ପୁରୁବାଇ ଗାନ୍ଧୀ ସେବକ ଭାବରେ କଠୋର ତପସ୍ୱୀ ଜୀବନ ଯାପନ କରି ଶ୍ରଦ୍ଧାର ସହିତ ନର-ନାରାୟଣଙ୍କ ସେବାରେ ନିଜକୁ ଉସôର୍ଗ କରିଥିଲେ । ମହତାବଙ୍କ ଭାଷାରେ “ମହାପୁରୁଷମାନଙ୍କର କାହାଣୀ ଯେପରି ପୁରାଣମାନଙ୍କରେ ମିଳେ, ସେହିପରି ଗାନ୍ଧିଜୀଙ୍କ ଭକ୍ତଶ୍ରେଣୀ ମଧ୍ୟରେ ଜୀବନ ରାମ୍ଜି, ଇଶ୍ୱରଲାଲ ବ୍ୟାସ ଓ ପୁରୁ ବାଇଙ୍କର ତ୍ୟାଗ ଓ ସେବାବ୍ରତ ଆଗରେ ଇତିହାସର ମୁଣ୍ଡ ନଇଁଯାଏ ।
    ଗାନ୍ଧିଜୀ ବରାବର କହୁଥିଲେ, ଦେଶ, ଦେଶ ଓ ଜାତି, ଜାତି ମଧ୍ୟରେ ରାଷ୍ଟ୍ର ଯେଉଁ ସୀମାରେଖା ବା ବ୍ୟବଧାନ ସୃଷ୍ଟି କରିଛି ଆମର ପଡ଼ୋଶୀ ଅନ୍ୟ ଜାତିର ଲୋକମାନଙ୍କର ସେବା କରିବାରେ ତାହା କଦାପି ଅନ୍ତରାୟ ହୋଇ ନ ପାରେ । ବାପୁଙ୍କ ଏଇ ସେବା ମନୋଭାବ ଅନେକଙ୍କୁ ବିଶେଷଭାବରେ ପ୍ରଭାବିତ କରିଛି, କରୁଛି ଓ କରୁଥିବ ।
    ୧୯୨୭ ମସିହା ଡ଼ିସେମ୍ବର ମାସ ୪ ତାରିଖ ଦିନ ଗାନ୍ଧିଜୀ ତୃତୀୟ ଥର ପାଇଁ ଓଡ଼ିଶାଆସି ବ୍ରହ୍ମପୁରରେ ପହଂଚିଲେ । ଏହାକୁ ତାଙ୍କର “ଖଦୀଗସ୍ତ” କୁହାଯାଏ । ଗସ୍ତର ଶେଷ ଭାଗରେ ସେ ବାଲେଶ୍ୱର ଜିଲ୍ଳାକୁ ଗଲେ । ସେତେବେଳକୁ ପ୍ରବଳ ବନ୍ୟା ହୋଇ ଭଦ୍ରଖ ସବଡ଼ିଭିଜନରେ ତାଣ୍ଡବଲୀଳା ସୃଷ୍ଟି କରିଥାଏ । ଖଦୀ ଗସ୍ତକାଳରେ ବାପୁଜୀଙ୍କ ସହିତ କାକା କଲେଲକର, ସି.ଏଫ ଆଣ୍ଡୁଜ, ରେଭରେଣ୍ଡ ଟକ୍କର, ମୀରାବେନ, ମହାଦେବ ଦେଶାଇ, ପଣ୍ଡିତ ଗୋପବନ୍ଧୁ, ଡ଼. ହରେକୃଷ୍ଣ ମହତାବ ଓ ନିରଜଂନ ପଟ୍ଟନାୟକ ପ୍ରମୂଖ ଥାନ୍ତି । ଗୁଜୁରାଟର ବ୍ୟବସାୟୀ ଜୀବରାମ କଲ୍ୟାଣଜୀ ଓ କୋଠାରୀ ମଧ୍ୟ ଗାନ୍ଧିଜୀଙ୍କ ସହିତ ଆସିଥାନ୍ତି । ବିଦାୟ ନେବା ପୂର୍ବରୁ ଭଦ୍ରଖ ଷ୍ଟେସନରେ ଗାନ୍ଧିଜୀ କହିଲେ “ଏ ପ୍ରଦେଶତ ଅତି ଗରିବ, ଏଠି କାମ କିପରି ହେବ”? ସେହି ମୁହୂର୍ତରେ ଜୀବରାମଜି କହି ପକାଇଲେ ଓଡ଼ିଶାରେ ଖଦୀ କାମ ପାଇଁ ମୁଁ ଏକଲକ୍ଷ ଟଙ୍କା ଦେବି । ଏହା ଶୁଣି ବାପୁଜୀ ଅତ୍ୟନ୍ତ ଖୁସୀ ହୋଇ କହିଲେ, ତୁମେ ନିଜେ ଏଠାରେ ରହି ଏହି ସବୁ କାମକୁ ସଂଗଠିତ କରିବ । ସେହି ଦିନଠାରୁ ବାପୁଜୀଙ୍କ ନିଦେ୍ର୍ଧଶରେ ସେ ଦରିଦ୍ର ନାରାୟଣ ସେବାର ଦୀକ୍ଷାନେଇ ଦୂର୍ଗତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଏହି ପବିତ୍ର ଉକôଳ ମାଟିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଦୃଷ୍ଟାନ୍ତ ଦର୍ଶାଇ ଥାଏ ଗାନ୍ଧୀଙ୍କର ଓଡ଼ିଶା ପ୍ରତି ମନୋଭାବକୁ । ଉକôଳ ଥିଲା ଗାନ୍ଧୀଙ୍କ ପାଇଁ ପୂଣ୍ୟକ୍ଷେତ୍ର । ତେଣୁ ତାଙ୍କର ପରମ ଭକ୍ତ ଜୀବରାମଙ୍କ ପାଇଁ ଏହା ପାଲଟି ଯାଇଥିଲା ତୀର୍ଥକ୍ଷେତ୍ର । ଉକôଳରେ ଖଦୀକାମର ପ୍ରସାର ଓ ଗାନ୍ଧୀସେବା ସଂଘର ସୁପରି·ଳନା ପାଇଁ ସେ ଦୁଇ ଲକ୍ଷ ଟଙ୍କା ଅକୁଣ୍ଠିତ ଚିତରେ ଦାନ କରିଥିଲେ-ମାତ୍ର କେବେହେଲେ ଏହାକୁ ଆତ୍ମ ପ୍ରଚାରର ମାଧ୍ୟମ କରି ନ ଥିଲେ । ଗାନ୍ଧିଜୀଙ୍କର ଅନ୍ୟ ଏକ ଓଡ଼ିଆ ଭାଷାପ୍ରିତୀର ଉଦାହରଣ ନ ଦେଇ ରହିପାରୁନି । ଯେତେବେଳେ ଗାନ୍ଧିଜୀ ୧୯୨୭ ଡ଼ିସେମ୍ବର ୨୧ ତାରିଖ ଦିନ ପୁନର୍ବାର ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ପହଚିଂଲେ, ଏହି ଅବସରରେ ପ୍ରଖ୍ୟାତ ଓଡ଼ିଆ ଭାଷାତତ୍ୱବିତ ଗୋପାଳ ପ୍ରହରାଜଙ୍କ ଗୃହରେ କିଛି ସମୟ କଟାଇବା ସହ ସେ ପ୍ରହରାଜଙ୍କ ଅଧ୍ୟବସାୟ ସାଧନା ଓ ବ୍ୟକ୍ତିଗତ ଉଦ୍ୟମରେ ଏକ ମହାନ ଗ୍ରନ୍ଥ ପ୍ରକଳ୍ପ ଜ୍ଞାନକୋଷକୁ ସଂକଳନ କରିବାର ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ସାତଖଣ୍ଡ ବିଶିଷ୍ଟ ଏହି ଗ୍ରନ୍ଥାବଳୀ “ପୂର୍ଣ୍ଣଚନ୍ଦ୍ର ଭାଷାକୋଷ” ନାମରେ ପରିଚିତ । ଏହି ବ୍ୟୟ ବହୁଳ ଗ୍ରନ୍ଥ ପ୍ରକାଶନର ସମସ୍ତ ବ୍ୟୟଭାର ତକ୍ରାଳୀନ ମୟୁରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ବହନ କରିଥିବାରୁ ଏହା ପୁର୍ଣ୍ଣଚନ୍ଦ୍ର ଭାଷାକୋଷ ନାମରେ ନାମିତ । ଏହି ଅବସରରେ ଓଡ଼ିଆଭାଷା ଶିଖିବାପାଇଁ ଗାନ୍ଧିଜୀଙ୍କର ଆଗ୍ରହ ଜାତ ହୋଇଥିଲା । ସେ ଓଡ଼ିଆଭାଷାର ବର୍ତୁଳାକାର ଲିପି ପ୍ରତି ଆକୃଷ୍ଟ ହୋଇ କେତେକାଂଶରେ ଭାଷାର ନିକଟର୍ବୀ ହେବାକୁ ଚେଷ୍ଟା କରିଥିଲେ । ଓଡ଼ିଆରେ ନିଜନାମକୁ ସନ୍ତକ ବା ସ୍ୱାକ୍ଷର କରି ସେ ଲେଖୁଥିଲେ ମୋ:କ: ଗାନ୍ଧୀ ଅର୍ଥାତ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ୧୯୨୫ ମସିହାରେ ଗାନ୍ଧିଜୀ ଯେଉଁ କୁଷ୍ଠାଶ୍ରମକୁ ପରିଦର୍ଶନରେ ଯାଇଥିଲେ ୧୯୨୭ ଡ଼ିସେମ୍ବରରେ ସେଠାକାର ଅନ୍ତେବାସୀଙ୍କ ଅବସ୍ଥାର ପୁନଃ ସମୀକ୍ଷା କରିଥିଳେ । ଯାହାକୁ ଗାନ୍ଧିଜୀଙ୍କ ବ୍ୟକ୍ତିଗତ ସଚ୍ଚିବ ମହାଦେବ ଦେଶାଇ ଗାନ୍ଧିଜୀଙ୍କ ପ୍ରକାଶିତ “ଣକ୍ଟଙ୍କଦ୍ଭଶ ଓଦ୍ଭୟସବ” ଖବରକାଗଜରେ ଲେଖିଥିଲେ । ଏହି ଆଶ୍ରମ ଦର୍ଶନର ପୂର୍ବ ସ୍ମାରକୀ ପ୍ରତୀକ ସ୍ୱରୂପ ଏହି ଆଶ୍ରମ ଦର୍ଶନ ସମୟରେ ଗାନ୍ଧିଜୀଙ୍କ ଶରୀର ଦୂର୍ବଳତା ସତ୍ୱେ ସେ ଅନ୍ତେବାସୀଙ୍କ ସହ ଅଧ ଘଂଟା ଖରାରେ ବୁଲିଥିଲେ । ୧୯୩୦ ଲବଣ ସତ୍ୟାଗ୍ରହବେଳେ ଗାନ୍ଧିଜୀ ଦୂରରେ ଥିଲେ ମଧ୍ୟ ତାଙ୍କର ଓଡ଼ିଶା ପ୍ରିତିଯୋଗୁ ତାଙ୍କର ବାର୍ତାକୁ ଦୈବବାଣୀ ତୁଲ୍ୟ ଗ୍ରହଣକରି ଏହି ସତ୍ୟାଗ୍ରହରେ ଓଡ଼ିଶାବାସୀ ଲମ୍ଫ ପ୍ରଦାନ କରିଥିଲେ ।
    ଗାନ୍ଧିଜୀଙ୍କ ଅନ୍ୟ ମହାନ କାର୍ଯ୍ୟକ୍ରମ ହରିଜନ ସେବା ଓ ଅସ୍ପୃଶ୍ୟତା ନିବାରଣରେ ତାଙ୍କର ଥିଲା ଅଗାଧ ନିଷ୍ଠା । ୧୯୩୨ରୁ ୩୪ ପର୍ଯ୍ୟନ୍ତ ପୁରୀ ବାଲିସାହି ଓ ନରେନ୍ଦ୍ର କୋଣରେ ମେହେନ୍ତର ବସ୍ତିରେ ସେ ସେବାକାର୍ଯ୍ୟ କରିଥିଲେ । ହରିଜନ ଭାଇମାନଙ୍କୁ ସୂତାକଟା ଶିକ୍ଷା ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ପିଲାମାନେ କିପରି ସଫା ସୂତରା ଓ ସ୍ୱଚ୍ଛତାରେ ରହିବେ ତାହାର ବ୍ୟବସ୍ଥା ସେ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କିପରି ହରିଜନଙ୍କ ପାଇଁ ଉନ୍ମୁକ୍ତ ହେବ ସେଥିପାଇଁ ଗୋଟିଏ ପ୍ରତିନିଧି ଦଳ ନେଇ ପୁରୀ ରାଜାଙ୍କ ସହିତ ଆଲୋଚନା କରିଥିଲେ । ସୂତାକଟା ବାପୁଙ୍କ ଜୀବନରେ ଏପରି ପ୍ରିୟ ଥିଲା ଯେ ଯେଉଁ ଦିନ ସଂନ୍ଧ୍ୟା ପୂର୍ବରୁ ୧୬୦ ଫେରା ସୂତା ନ କାଟୁଥିଲେ ସେଦିନ ସେ ଉପବାସ କରୁଥିଲେ ।
    ସତ୍ୟ ପ୍ରୟୋଗର ଏକ ମହାନ ପ୍ରୟୋଗଶାଳା ରୂପେ ଗାନ୍ଧିଜୀ ୧୯୩୮ ମସିହାରେ ଅସ୍ପୃଶ୍ୟତା ନିବାରଣ ଆନେ୍ଦାଳନ ପାଇଁ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ୧୯୩୪ ମେ ୫ ରୁ ଜୁନ ୮ ତାରିଖ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଗାନ୍ଧିଜୀ ଦୀର୍ଘ ୨୧ ଦିନକାଳ ପାଦରେ ·ଲି ·ଲି ଓଡ଼ିଶା ଉପକୂଳର ବିଭିନ୍ନ ଗ୍ରାମାଚଂଳ ପରିଦର୍ଶନ କରିଥିଲେ ।
    ଭାରତର ଅନ୍ୟ କୈାଣସି ଅଚଂଳରେ ଗାନ୍ଧିଜୀ ଏତେ ଦୀର୍ଘଦିନ ବ୍ୟାପୀ ପଦଯାତ୍ରା କରି ନ ଥିଲେ । ଏ କଥା କହିବା ବାହୁଲ୍ୟ ହେବ ନାହିଁ ଯେ ଓଡ଼ିଶାର କୈାଣସି ତୁଙ୍ଗନେତା ମଧ୍ୟ ଗାନ୍ଧିଜୀଙ୍କ ଭଳି ଏତେ ଦୀର୍ଘକାଳ ବ୍ୟାପି ଓଡ଼ିଶାର ବିଭିନ୍ନ ଗ୍ରାମାଚଂଳକୁ ପଦଯାତ୍ରା କରି ଲୋକମାନଙ୍କର ଦୈନନ୍ଦିନ ଜୀବନ ଓ ଜୀବିକା ସମ୍ପର୍କରେ ଏହିଭଳି ଚାକ୍ଷୁସ ଅନୁଭୂତି ସଂଗ୍ରହ କରିନାହାଁନ୍ତି । ଏହି ଗସ୍ତର ବିଶେଷତ୍ୱ ଥିଲା ଏହା ଯେ ସନ୍ଧ୍ୟା ପ୍ରାର୍ଥନା ସମୟରେ ଓଡ଼ିଶାର ଅତି ଲୋକପି୍ରୟ ଭଜନଗୁଡ଼ିକୁ ସଭାପୂର୍ବରୁ ଗାନ କରୁଥିଲେ । ତାଙ୍କର ଓଡ଼ିଶା ଗସ୍ତକାଳରେ ବୋଲଗଡ଼ରେ ୩ ଦିନ ରହଣି ମଧ୍ୟ ତାଙ୍କର ଓଡ଼ିଶା ପ୍ରତି ଅନୁରାଗର ଆଉ ଏକ ନିଦର୍ଶନ । ଗାନ୍ଧିଜୀଙ୍କ ଏହି ସବୁ ଘଟଣାବଳୀରୁ ସ୍ପଷ୍ଟ ପ୍ରମାଣ ମିଳେ ସେ ଓଡ଼ିଶା ତଥା ଓଡ଼ିଆଙ୍କ ପ୍ରତି ତାଙ୍କର ଅଶେଷ ପ୍ରେମ, ସଦିଛା ଓ ପ୍ରିତି ଥିଲା । ତେଣୁ ଆଜି ଓଡ଼ିଶାାବାସୀଙ୍କ ହୃଦୟରେ ଗାନ୍ଧିଜୀ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି ।
    ସ୍ତମ୍ଭକାର ତଥା ବରିଷ୍ଠ ସାମ୍ବାଦିକ
    ଭଗତ୍ ଲେନ୍, ଖୋର୍ଦ୍ଧା