ବନ୍ୟା ଆଶଙ୍କା : ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ

10

ଭୁବନେଶ୍ୱର  : ରାଜ୍ୟରେ ବଡ ଧରଣର ବର୍ଷା ଆଶଙ୍କା ଥିବାରୁ ଏ ନେଇ ସହରାଂଚଳରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ପ୍ରତ୍ୟେକ ପୌରାଂଚଳକୁ ପୂର୍ବରୁ ପଠାଯାଇଥିବା ୧୯ଟି ନିଦେ୍ର୍ଦଶନାମାକୁ ପାଳନ ପାଇଁ ଏଥିରେ କୁହାଯାଇଛି । ଏଥିରେ ସହରାଂଚଳରେ ବନ୍ୟାଭଳି ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ କେଂଟ୍ରାଲରୁମ୍ ପ୍ରତିଷ୍ଠା ସହିତ ସେଠାରେ ଜଣେ ନୋଡାଲ ଅଫିସରଙ୍କୁ ମୁତୟନ କରିବାଲାଗି କୁହାଯାଇଛି । ଏହି କେଂଟ୍ରାଲରୁମ ୨୪ଘଂଟା କାର୍ଯ୍ୟ କରିବା ସହିତ ସାଧାରଣ ଲୋଙ୍କ ଅଭିଯୋଜ୍ଞ ଗ୍ରହଣ କରିବ । ସେହିଭଳି ବନ୍ୟା ସ୍ଥାନ ଚିହ୍ନଟ ସହିତ ଏହାର ପରିଚାଳନା ପାଇଁ ଟିମ୍ ଗଠନ କରିବା, ଡ୍ରେନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ନିର୍ମାଣ କାର୍ଯ୍ୟ ସାରିବା, ଡ୍ରେନରୁ ଜାମ୍ ହଟାଇବା, ଡ୍ରେନ ଉପରେ ଖାଲିଥିବା ସ୍ଥାନରେ ସ୍ଲାବ ପକାଇବା ଆଦି କାର୍ଯ୍ୟ କରିବାଲାଗି କୁହାଯାଇଛି । ସେହିଭଳି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ସହିତ ଏଠାରୁ ଜବରଦଖଲ ହଟାଇବା, ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ର ସହାୟତା ନେବା, ସହରାଂଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ୍ ଓ ମାନବସମ୍ବଳ ପ୍ରସ୍ତୁତ ରଖିବା ସେହିଭଳି ଏଥିପାଇଁ ଆବଶ୍ୟକ ପଡୁଥିବା ଜାଳେଣି ଗଚ୍ଛିତ ରଖିବାକୁ ପ୍ରମୁଖ ସଚିବ କହିଛନ୍ତି । ତେବେ ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତିକାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ସାରିବା ସହିତ ଯେଭଳି କୌଣସି ସହରାଂଚଳରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।