ସାନିଟାଇଜର ଫାର୍ମରେ ଅଗ୍ନିକାଣ୍ଡ : ୧୮ ମୃତ

18

ପୁଣେ : ପୁଣେର କେମିକାଲ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନୀକାଣ୍ଡରେ ୧୮ ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ କର୍ମଚାରୀ ନିଖୋଜ ରହିଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଅନେକ ଆଶଙ୍କା ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସାନିଟାଇଜର ତିଆରି କରୁଥିବା କମ୍ପାନୀରେ ଅଧିକ ସଂଖ୍ୟାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ନିଆଁ ଲାଗିବା ପରେ କମ୍ପାନୀରେ ୧୫ ଜଣ ମହିଳା ଓ ୨ ଜଣ ପୁରୁଷ ବାହାରକୁ ବାହାରି ପାରିନଥିଲେ । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମୋଟ ୧୧ ଜଣ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ୬ ଜଣ ନିଖୋଜ ରହିଛନ୍ତି । ଦମକାଳ ବିଭାଗ ଅନୁସାରେ ନିଆଁ ଲିଭାଇବା ପାଇଁ ୮ଟି ଗାଡିକୁ ନିୟୋଜିତ କରାଯାଇଥିଲା । ଅଗ୍ନିକାଣ୍ଡ ବେଳେ କମ୍ପାନୀ ମଧ୍ୟରେ ୩୭ ଜଣ ଶ୍ରମିକ ରହିଥିଲେ । ଏସ୍ଭିଏସ୍ ଆକ୍ୱା ଟେକ୍ନୋଲୋଜି କମ୍ପାନୀରେ ଏହି ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗି ରହିଥିବା ସୂଚନା ମିଳିଛି ।