ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ

58

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ । ଗତ ବୁଧବାର କ୍ୟାପିଟଲ ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କରାଯାଇ ଆମେରିକା କଂଗ୍ରସର ପ୍ରତିନିଧି ସଭାରେ ଏଥିନେଇ ପ୍ରସ୍ତାବ ଆସିଛି । ଏହି ମହାଭିଯୋଗ ପ୍ରସ୍ତାବ ଉପରେ ଆସନ୍ତାକାଲି ଭୋଟ ନିଆଯିବ । ଆମେରିକା ଇତିହାସରେ ରିପବ୍ଲିକାନ ଦଳର ଟ୍ରମ୍ପ ଏକମାତ୍ର ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦୁଇଥର ମହାଭିଯୋଗ ପ୍ରସ୍ତାବ ଆସିଛି । ପ୍ରସ୍ତାବ ସପକ୍ଷରେ ପ୍ରତିନିଧି ସଭାର ସଂଖ୍ୟା ଗରିଷ୍ଠ ନେତା ଷ୍ଟୋନୀ ହେୟର ଟ୍ରମ୍ପଙ୍କ ବହିସ୍କାର ଦାବି କହିଛନ୍ତି । ସେହିପରି ପ୍ରତିନିଧି ସଭାରେ ରିପବ୍ଲିକାନ ଦଳର ସାଂସଦ ଆଲେକ୍ସ ମୁନେ କହିଛନ୍ତି ଯେ ସଂସଦ ଏହି ପ୍ରସ୍ତାବକୁ ନାମଞ୍ଜୁର କରିବା ଆବଶ୍ୟକ । ପ୍ରତିନିଧି ସଭାର ଅଧ୍ୟକ୍ଷ ନ୍ୟାନ୍ସି ପେଲୋସୀ ରାଷ୍ଟ୍ରପତି ପଦରେ ଟ୍ରମ୍ପ ଅଧିକ ଦିନ ରହିଲେ ସମ୍ବିଧାନ ପାଇଁ ବିପଦ । ସମ୍ବିଧାନକୁ ସୁରକ୍ଷା ଦେବା ଓ ଗଣତନ୍ତ୍ର ରକ୍ଷା ସେମାନଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି । ସୂଚନାଯେଗ୍ୟ ଯେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହୋବା ପୂର୍ବରୁ ଏଥିରେ ପରାଜିତ ହୋଇଥିବା ଟ୍ରମ୍ପ ସମର୍ଥକମାନେ ରାଜଧାନୀରେ ହିଂସାକାଣ୍ଡ ଘଟାଇଥିଲେ । ବଳପୂର୍ବକ ସଂସଦରେ ପ୍ରବେଶ କରିଥିଲେ । ପୁଲିସ କାର୍ଯ୍ୟାନୁଷ୍ଠାନରୁ ୪ଜଣ ଲୋକଙ୍କର ମୃତୁ୍ୟ ହୋଇଥିଲା ।