ଏପ୍ରିଲ ଶେଷ , ମେ ପ୍ରଥମ ସପ୍ତାହରେ ଶୀର୍ଷରେ ପହଂଚିବ କରୋନା : ସିବିକେ ମହାନ୍ତି

21

ଭୁବନେଶ୍ୱର : ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକ୍ ବା ଶୀର୍ଷରେ ରହିପାରେ । ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗତ ବର୍ଷ ଅପେକ୍ଷା ଅଧିକ ପରିମାଣରେ ଅକ୍ସିଜେନ ମହଜୁଦ ଥିବା କହିଛନ୍ତି ଡାରେକ୍ଟୋରେଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି)ର ନିଦେ୍ର୍ଦଶକ ସିବିକେ ମହାନ୍ତି ।
ଏହାସହ ସେ କହିଛନ୍ତି ଓଡ଼ିଶା ଭାଗ୍ୟବାନ କାରଣ ଉଭୟ ସରକାରୀ ଓ ବେସରକାରୀସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି । ଏଥିସହ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ବେଡ, ଆଇସିୟୁ ମଧ୍ୟ ପର୍ଯ୍ୟାପ୍ତ ଥିବା କୁହାଯାଇଛି । ୭୧ଟି କୋଭିଡ ହସ୍ପିଟାଲ ରାଜ୍ୟରେ ସକ୍ରିୟ ଥିବା ବେଳେ ୩୧ଟି ଚାଲିଛି । ଏଯାବତ୍ ୨୬ ପ୍ରତିଶତ ବେଡ, ୧୪ ଦଶମିକ ୧୮ ପ୍ରତିଶତ ଆଇସିୟୁ, ୧୦ ପ୍ରତିଶତ ଭେଟିଂଲେଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି ଡିଏମଇଟି ନିଦେ୍ର୍ଦଶକ ।